ମୁମ୍ଵାଇ ୨୭।୧୨; ସ୍ୱିଗି ଇନ୍ଷ୍ଟାମାର୍ଟ ବର୍ଷ ଶେଷରେ ଅର୍ଡର୍ ରିପୋର୍ଟ ଜାରି କରିଛି । ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହୋଇଥିବା ଅନେକ ମଜାଦାର ଅର୍ଡର୍ର ତଥ୍ୟ ଏହା ସଂଗ୍ରହ କରିଛି । ନିଆରା ଅର୍ଡର୍ ଓ ଟ୍ରେଣ୍ଡ୍ ସହିତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲୋକଙ୍କ ଖାଇବା ପ୍ୟାଟର୍ନ ବିଷୟରେ ମଧ୍ୟ ଏହା ଆଲୋକପାତ କରିଛି ।
ସ୍ୱିଗିର ସଦ୍ୟ ରିପୋର୍ଟ ଅନୁସାରେ, ଦିଲ୍ଲୀ ବାସିନ୍ଦା ଏ ବର୍ଷ ଇନ୍ଷ୍ଟାଣ୍ଟ୍ ନୁଡଲ୍ ଅର୍ଡର୍ ଉପରେ ହାରାହାରି ୬୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ବର୍ଷ ଦିଲ୍ଲୀବାସୀ ସର୍ବାଧିକ ଆଳୁ ଚିପ୍ସ ମଧ୍ୟ ଅର୍ଡର୍ କରିଛନ୍ତି । ସେହିପରି ସ୍ୱିଗି ଇନ୍ଷ୍ଟାମାର୍ଟ ରିପୋର୍ଟ ଅନୁସାରେ, ସର୍ବାଧିକ ପିଆଜ ଅର୍ଡର୍ ମାମଲାରେ ମୁମ୍ବାଇ ଶୀର୍ଷରେ ଅଛି । ତା’ପଛରେ ଅଛି ହାଇଦ୍ରାବାଦ ଓ ଦିଲ୍ଲୀ । ଡିସେମ୍ବର ୧ ତାରିଖରେ ସାରା ଦେଶର ୟୁଜର୍ ସନ୍ଧ୍ୟା ୭-୮ଟା ମଧ୍ୟରେ ମୋଟ୍ ୪୫୦୦ କିଲୋ ପିଆଜ ଅର୍ଡର୍ କରିଥିଲେ ।
ମୁମ୍ବାଇବାସୀ ଗୋଟିଏ ଦିନରେ ସ୍ୱିଗି ଇନ୍ଷ୍ଟାମାର୍ଟ ଜରିଆରେ ୮ ଲକ୍ଷରୁ ଅଧିକ ଟଙ୍କାର ଟନିକ୍ ୱାଟର୍ ଅର୍ଡର୍ କରିଥିବା ରେକର୍ଡ ହୋଇଛି । ଚଳିତ ବର୍ଷ କ୍ଷୀର, ଦହି, ଦୋସା ଘୋଳ, ଚିପ୍ସ ଓ ସଫ୍ଟ ଡ୍ରିଙ୍କ୍ ଚଳିତବର୍ଷ ସ୍ୱିଗିରେ ସର୍ବାଧିକ ଅର୍ଡର ହୋଇଛି । ପ୍ରତି ୧୫ଟି ଅର୍ଡର୍ରେ ଗୋଟିଏ ପ୍ୟାକେଟ୍ କ୍ଷୀର ଏବଂ ପ୍ରତି ୫ ଅର୍ଡର୍ରେ ଗୋଟିଏ ଫଳ କିମ୍ବା ପରିବା ଅର୍ଡର୍ ହୋଇଛି ।